Latest Odisha News

BREAKING NEWS

ପ୍ରଥମରୁ ଅଷ୍ଟମ ଶ୍ରେଣୀ ସବୁ ପାସ୍, ଜୁନରୁ ଆରମ୍ଭ ହୋଇପାରେ ଶିକ୍ଷା ବର୍ଷ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ବର୍ଷେ ହେଲାଣି ହୋଇପାରୁନି ପାଠପଢ଼ା । ଗତବର୍ଷ ମାର୍ଚ୍ଚ ଅଧାରୁ ବନ୍ଦ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଏଯାଏ ଖୋଲିନି । ଅନ୍ୟପଟେ ଅନ୍ୟ ରାଜ୍ୟରେ ବଢ଼ୁଥିବା କରୋନା ମାମଲା ଡରାଇଲାଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏବେ ଆଉ ପ୍ରାଥମିକ ବିଦ୍ୟାଳୟ ଖୋଲିବ ନାହିଁ ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହୋଇପାରୁ ନଥିବାରୁ ସମସ୍ତେ ବିନା ପରୀକ୍ଷାରେ ପାସ୍ ବୋଲି ନିଷ୍ପତ୍ତି ନିଆଯାଇଛି । କୋଭିଡ୍ ପାଇଁ ଚଳିତ ଶିକ୍ଷା ବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କୌଣସି କ୍ଲାସ୍ ହୋଇନାହିଁ । ଏହାକୁ ନିଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ମାର୍ଚ୍ଚ ୩୧ ଯାଏ ସ୍କୁଲ୍ ବନ୍ଦ ନେଇ ପୂର୍ବରୁ ସରକାର ନିଷ୍ପତ୍ତି ନେଇଥିଲେ । ଏବେ ଏପ୍ରିଲରେ ମଧ୍ୟ ସ୍କୁଲ୍ ଖୋଲିବ ନାହିଁ କି ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ ନାହିଁ । ପ୍ରଚଣ୍ଡ ଖରା ଓ କରୋନାକୁ ନଜରରେ ରଖି ଜୁନରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.