Latest Odisha News

BREAKING NEWS

ରାଜଧାନୀରେ ଅପରେସନ ହ୍ଵାଇଟ ସ୍ପାଇଡର: ବେଆଇନ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ୨ ଗରିଫ

ଭୁବନେଶ୍ୱର: ରାଜଧାନୀରେ ଥମିବାରେ ନାଁ ଧରୁନି ବେଆଇନ ଧଳା ଜହର ବେପାର। ଆଜି ଶହୀଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତି ନିକଟରେ ପୋଲିସ ଅତର୍କିତ ଚଢଉ କରିଥିଲା। ସାଧାରଣ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ୨ ଜଣଙ୍କୁ କାବୁ କରିବାରେ ସକ୍ଷମ ହେଲା ପୋଲିସ।

ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଶହୀଦନଗର ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପାଟ୍ରୋଲିଂ ଟିମ ଶାନ୍ତିପଲ୍ଲି ବସ୍ତି ନିକଟ ଫ୍ଲାଇଓଭାର ବ୍ରିଜ ତଳେ ଅତର୍କିତ ଚଢଉ କରିଥିଲା। ଚଢଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ମୋଟ ୨୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିଲା। ପଚରାଉଚରା ସମୟରେ, ଅଭିଯୁକ୍ତମାନେ ଏହି ବ୍ରାଉନ ସୁଗାର ବିକ୍ରି କରିବା ନେଇ ପାଖରେ କୌଣସି ବୈଧ ଲାଇସେନ୍ସ ନଥିବା କଥା ସ୍ଵୀକାର କରିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ଶହୀଦ ନଗର ଥାନା ପୋଲିସ ଏକ ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ସୂଚନାଯୋଗ୍ୟ, ଅପରେସନ ହ୍ଵାଇଟ ସ୍ପାଇଡର କ୍ରମରେ ଭୁବନେଶ୍ବର ସହରାଞ୍ଚଳ ପୋଲିସ ନିଶା ବେପାରୀଙ୍କୁ କାବୁ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି।

Leave A Reply

Your email address will not be published.