Latest Odisha News

BREAKING NEWS

କେନ୍ଦୁପତ୍ର ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ, ୨ ଗିରଫ

ଅନୁଗୁଳ: ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ। ଦୁଇଜଣଙ୍କୁ ଗିରଫ କରିବା ସହ ଏକ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର କେନ୍ଦୁପତ୍ର ଜବତ କରିଛି ବନବିଭାଗ। ଏହାସହ ଅନେକ ନକଲି ନମ୍ବର ପ୍ଲେଟ ମଧ୍ଯ ଜବତ କରିଛି ବିଭାଗ।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ ଏକ ୧୦ ଚକିଆ ଟ୍ରକରେ କେନ୍ଦୁପତ୍ର ବୋଝେଇ ହୋଇ କଟକ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ବନ ବିଭାଗକୁ ସୂଚନା ମିଳିଥିଲା । ଯୋଜନା ମୁତାବକ ଆଜି ବନବିଭାଗ ଆଠମଲ୍ଲିକ ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଉକ୍ତ ଟ୍ରକଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ଟ୍ରକଟି ତୀବ୍ର ଗତିରେ ଗାଡି ନେଇ ଚାଲିଯାଉଥିବା ବେଳେ ତାକୁ ଜାତୀୟ ରାଜପଥରେ ନାଲକୋ ପର୍ଯ୍ୟନ୍ତ ଗୋଡ଼ାଇବା ପରେ ଅଟକାଇବାକୁ ସଫଳ ହୋଇଥିଲା ବନବିଭାଗ । ଯାଞ୍ଚ ବେଳେ ଟ୍ରକରୁ କେନ୍ଦୁପତ୍ର ଜବତ କରିଥିଲା ବନବିଭାଗ ।

ଗାଡ଼ି ଓ କେନ୍ଦୁପତ୍ର ଜବତ କରିବା ସହ ଗାଡ଼ି ଚାଳକ ଏବଂ ଜଣେ ସହାୟକକୁ ଗିରଫ କରିଛି ବନ ବିଭାଗ । ଜବତ କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ତେବେ ସବୁଠାରୁ ବଡ଼ କଥା ହେଲା ଗାଡିରୁ ଅନେକ ନକଲି ନମ୍ବର ପ୍ଲେଟ ମଧ୍ୟ ମିଳିଛି । ନକଲି ନମ୍ବର ପ୍ଲେଟ ବଦଳାଇ ବନ ବିଭାଗ ଓ ପୁଲିସକୁ ଚକମା ଦେଇ ଅନେକ ଦିନ ହେଲା ଏହି ଚୋରା ବେପାରୀ କେନ୍ଦୁପତ୍ର ଚୋରା ଚାଲାଣ କରୁଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.