Latest Odisha News

BREAKING NEWS

ଆଜି ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର : ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ବୁଧବାର ଦିନ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ମିଳିଛି ।

ରାଜଧାନୀର ଗୀତଗୋବିନ୍ଦ ଅଡିଟୋରିୟମରେ ଅପରାହ୍ନ ୩ଟା ୩୦ମି. ବେଳେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି ।

ପରୀକ୍ଷାର୍ଥୀମାନେ www.chseodisha.nic.in ଓ www.orissaresults.in ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଚେକ୍ କରିପାରିବେ ।

ସୂଚନାଯୋଗ୍ୟ, ଚଳିତ ବର୍ଷ +୨ର ସମସ୍ତ ବିଭାଗ ତଥା ଷ୍ଟ୍ରିମର ବାର୍ଷିକ ପରୀକ୍ଷା ମାର୍ଚ୍ଚ ୭ରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହାବ୍ୟତୀତ କଳାରେ ପାଖାପାଖି ୨୩୫,୧୮୩ ଜଣ, ବାଣିଜ୍ୟରେ ୨୭,୨୭୮ ଏବଂ ୮.୦୫୮ ଜଣ ଛାତ୍ରଛାତ୍ରୀ ଧନ୍ଦାମୂଳକ ପରୀକ୍ଷା ଦେଇଛନ୍ତି।

ଅପରପକ୍ଷରେ ଗତବର୍ଷ ଜୁନ୍ ୯ ତାରିଖରେ ଯୁକ୍ତ ୨ କଳା ଏବଂ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.