Latest Odisha News

BREAKING NEWS

ଭଦ୍ରକର ୨ ବ୍ଲକକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା

ଭଦ୍ରକ: ଭଦ୍ରକରେ ଆଉ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ବାସୁଦେବପୁର ଏବଂ ବନ୍ତ ବ୍ଲକର ଅନେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ କଣ୍ଟାକ୍ଟ ଟ୍ରେସିଂ ଏବଂ ସକ୍ରିୟ ନୀରିକ୍ଷଣ ପାଇଁ ବନ୍ତ ବ୍ଲକର ୪ ଗାଁ ଏବଂ ବାସୁଦେବପୁର ବ୍ଲକର ଚୁଡାମଣି ଏବଂ କିସମାତପୁର ଅଞ୍ଚଳକୁ ସିଲ୍ କରାଯାଇଛି ।

ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ଦୁଇଜଣ ଏବଂ ବନ୍ତ ବ୍ଲକର ଜଣେ ବ୍ୟକ୍ତି ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି।

ସେମାନଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ସୂତ୍ରରୁ ପ୍ରକାଶ।

ଏହି ତିନୋଟି ନୂଆ କରୋନା ମାମଲା ଚିହ୍ନଟ ପରେ ଭଦ୍ରକର ଏହି ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବା ଜଣାପଡିଛି।

Leave A Reply

Your email address will not be published.