Latest Odisha News

ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ୨ ଭାଇ ମୃତ

ନୟାଗଡ଼: ଇଟାମାଟି ଥାନା ଅଭିମାନପୁର ଗାଁରେ ଅଭାବନୀୟ ଘଟଣା। ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ମୃତ ୨ ସମ୍ପର୍କୀୟ ଭାଇ ମୃତ। ମୃତ ଦୁଇ ନାବାଳକ ଥିବା ବେଳେ ଜଣଙ୍କର ବୟସ ୧୧ ବର୍ଷ ଓ ଅନ୍ୟ ଜଣଙ୍କର ବୟସ ୧୨ ବର୍ଷ ଥିବା ସୂଚନା ରହିଛି। ମୃତ ଦୁଇ ନାବାଳକ ଦାଦା ପୁଅ ଓ ବଡ଼ବାପା ପୁଅ ଭାଇ।

ସୂଚନା ଅନୁସାରେ ସୋମବାର ସକାଳେ ଅଭିମାନପୁର ଗ୍ରାମର କାର୍ତ୍ତିକ କରଙ୍କ ୧୧ ବର୍ଷର ପୁଅ ଓ ସର୍ବେଶ୍ବର କରଙ୍କ ୧୨ ବର୍ଷର ପୁଅ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ପୋଖରୀରେ ଉଭୟ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଦେଖି ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଛନ୍ତି। ଦୁଇ ଭାଇଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.