ଯାଜପୁର: ଯାଜପୁର ରୋଡ଼ ଥାନା ବାଳୁଙ୍ଗାବନ୍ଦୀ ଗାଁରେ ପୋଖରୀରେ ବୁଡି ୨ ଶିଶୁକନ୍ୟା ମୃତ। ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ସୂଚନା ମୁତାବକ ୨ ଶିଶୁକନ୍ୟା ଖେଳିବାକୁ ଯାଇ ଦୀର୍ଘ ସମୟ ଧରି ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ପୋଖରୀରୁ ଉଭୟ ଶିଶୁ କନ୍ୟାଙ୍କୁ ଉଦ୍ଧାର କରି ଦାନଗଦୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ୨ ଶିଶୁ କନ୍ୟାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ଦୁଇ ମୃତଦେହକୁ ଶବଗୃହକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ୨ମୃତ ଶିଶୁକନ୍ୟା ୪ ରୁ ୫ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି।
Comments are closed.