Latest Odisha News

ଇନ୍ଦୋର-ଜବଲପୁର ଏକ୍ସପ୍ରେସ ଲାଇନଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି

ଜବଲପୁର: ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା। ଲାଇନଚ୍ୟୁତ ହେଲା ସୋମନାଥ ଏକ୍ସପ୍ରେସ। ଇନ୍ଦୋରରୁ ଜବଲପୁର ଯାଉଥିବା ସୋମନାଥ ଏକ୍ସପ୍ରେସ ର ୨ ବଗି ଲାଇନଚ୍ୟୁତ ହୋଇଛି। ଜବଲପୁର ଷ୍ଟେସନରେ ପ୍ଲାଟର୍ଫମ ନମ୍ବର ୬କୁ ଯାଉଥିବା ବେଳେ ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି।

ଘଟଣାଟି ସକାଳ ୫.୫୦ ମିନିଟରେ ହୋଇଥିଲା। ଘଟଣାସ୍ଥଳରେ ରେଳବାଇ ଅଧିକାରୀ ଓ ଉଦ୍ଧାରକରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନର ଗତି କମ ଥିବା ଯୋଗୁଁ ବଡ ଦୁର୍ଘଟଣା ବର୍ତ୍ତିଯାଇଛି । ପ୍ଲାଟଫର୍ମ ଠାରୁ ୧୫୦ ମିଟର ଦୂରରେ ଏହି ଘଟଣା ଘଟିଥିଲା।

ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକୁ ରେଳ ଟ୍ରାକ୍ରୁ ହଟାଇବା କାମ ଜାରି ରହିଛି। ପାଖାପାଖି ଅଧ ଘଣ୍ଟା ପାଇଁ ସଂଲଗ୍ନ ଟ୍ରାକରେ ଯାତାୟାତ ବନ୍ଦ ଥିଲା। ତେବେ ରେଳ ଚଳାଚଳ ଉପରେ କୌଣସି ବଡ଼ ପ୍ରଭାବ ପଡି ନାହିଁ। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଜାରି ରହିଛି ।

Comments are closed.