Latest Odisha News

BREAKING NEWS

୩ଟି ଦାବିକୁ ନେଇ ଆଜିଠୁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର: ହାଇକୋର୍ଟ ର୍ସ୍ଥାୟୀ ବେଂଚ ପ୍ରତିଷ୍ଠା, ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ଓ ବାଇପାସ ରାସ୍ତା ନିର୍ମାଣ ଆଦି ଦାବି ନେଇ ବୁଧବାର ଓ ଗୁରୁବାର ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀର ଆକ୍ସନ କମିଟି ଏହି ବନ୍ଦ ଡାକରା ଦେଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ବନ୍ଦ ରହିଛି ।

ତେବେ ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବାରୁ ଶିକ୍ଷା ବିଭାଗ କାର୍ଯ୍ୟାଳୟ ଖୋଲା ଅଛି । ଯାନବାହନ ଚଳାଚଳ ଓ ଦୋକାନ ବଜାର ମଧ୍ୟ ଖୋଲା ରହିଛି ।

Comments are closed.