Latest Odisha News

BREAKING NEWS

ଦୁଇଟି ପୃଥକ ଘଟଣା, ନଦୀରେ ବୁ଼ଡ଼ି ଦୁଇ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡନଦୀରେ ବନ୍ୟା ପାଣିରେ ଭାସିଯାଇ ଗୁରୁବାର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ମମତା ସାହୁ ଗୁରୁବାର ସକାଳେ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ପ୍ରବଳ ସ୍ରୋତରେ ସେ ଭାସି ଯାଇଥିଲେ।

ଗାଁ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦ୍ୱିତୀୟ ଘଟଣାଟି ହେଲା, ଗତ ବୁଧବାର ଦିନ ଜିଲ୍ଲାର ତାରାସିଙ୍ଗି ଥାନା ଅନ୍ତର୍ଗତ ବଡଙ୍ଗି ଗ୍ରାମର ବାବୁଲା ମଲ୍ଲିକ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଗୁରୁବାର ଗାଁ ଲୋକେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉଭୟ ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Comments are closed.