Latest Odisha News

BREAKING NEWS

କଟକରେ ଦୁଷ୍କର୍ମ ପୀଡିତାଙ୍କୁ ଠକେଇ ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨ ଗିରଫ

କଟକ: କଟକ ଜିଲ୍ଲାରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ କ୍ଷତିପୂରଣ କରିଦେବାକୁ ଯାଇ ୧ ଲକ୍ଷରୁ ଉର୍ଦ୍ଧ୍ବ ଠକିଥିବା ଅଭିଯୋଗ ହୋଇଛି । ଏଥିରେ ସଂପୃକ୍ତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି।

ଗିରଫମାନଙ୍କ ମଧ୍ୟରୁ ଜଣେ ନରସିଂହପୁର ଅଞ୍ଚଳର ଚକ୍ରପ୍ରସାଦରେ ରହୁଥିବା ସଂଗୀତା ସିଂହ ଓ ଆଉ ଜଣେ ଜଗତସିଂପୁର ଜିଲ୍ଲାର ଓଡାପାଇଙ୍ଗା ଗାଁର ଅମୀୟ କୁମାର ସାହୁ। ବର୍ତ୍ତମାନ୍ ସଙ୍ଗୀତା ରଣପୁରରେ ରହୁଛନ୍ତି ଓ  ଅମିୟ ଖୋର୍ଦ୍ଧା (ୟୁପିଡି ଭୁବନେଶ୍ୱର)ର କେଜିବି କଳ୍ପତରୁରେ ରହୁଥିବା ଜଣାପଡ଼ିଛି।

ଅଭିଯୁକ୍ତ ଅମୀୟ କୁମାର ସାହୁ ଜିଲ୍ଲାପାଳ ଅଫିସରେ ଡିଇଓ ଏବଂ ଅଫିସ ଆସିଷ୍ଟାଣ୍ଟ ଭାବରେ ଓ ସଂଗୀତା ସିଂ ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡାଡିହା ଅଞ୍ଚଳରେ ଥିବା ଜଣ୍ଟା ନୋଡାଲ ବିଦ୍ୟାପୀଠରେ ପି ଇ ଟି ଟିଚର ଭାବରେ କାର୍ଯ୍ୟରତ ଅଛନ୍ତି।

ଏହି ଘଟଣାରେ ଉଭୟ ଅଭିଯୁକ୍ତଙ୍କ ଚାରୋଟି ଫୋନ୍ ସମେତ ହ୍ୱାଟ୍ସଆପ୍ ଚାଟ ର ସ୍କ୍ରିନସଟ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ ଅର୍ଥାତ୍ ସମସ୍ତ ତଥ୍ୟ ପୋଲିସ ଜବତ କରିଥିବା କଥା କୁହାଯାଇଛି।

Comments are closed.