ବଲାଙ୍ଗୀର: ନିଜର ଡାକ୍ତରୀ ଯୋଗ୍ୟତା ନଥାଇ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କ ଚିକିତ୍ସା କରୁଥିବା ଅଭିଯୋଗରେ ପୁଲିସ ପଶ୍ଚିମବଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି।
ପଶ୍ଚିମବଙ୍ଗର ସୁପ୍ରକାଶ ରାୟ ଓ ପବିତ୍ର ବିଶ୍ୱାସ ନାମକ ଏହି ଦୁଇ ବ୍ୟକ୍ତି ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦୁଇଟି ଗାଁରେ ରୋଗୀଙ୍କୁ ଚିକିତ୍ସା କରିବା ସହ ଔଷଧ ଦେଉଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏମାନେ ନକଲି ଡାକ୍ତର ବୋଲି ମଧ୍ୟ ଅଭିଯୋଗ ହୋଇଥିଲା।
ବଲାଙ୍ଗୀର ଜିଲ୍ଲା ଏସ୍ପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଖପ୍ରାଖୋଲ ଥାନା ଅନ୍ତର୍ଗତ ଗ୍ରାମଗୁଡ଼ିକରେ ପୁଲିସର ଦୁଇଟି ଟିମ୍ ଚଢ଼ଉ କରିଥିଲେ। ଗୋଟିଏ ଟିମ୍ ଝାଙ୍କରପାଲି ଗାଁରେ ସୁପ୍ରକାଶଙ୍କୁ ଭିଜିଲାନ୍ସ ଧରିଥିବା ବେଳେ ଅନ୍ୟ ଏକ ଟିମ୍ ନନ୍ଦୁପଳା ଗାଁରେ ପବିତ୍ରଙ୍କୁ ଧରିଥିବା ଖପ୍ରାଖୋଲ ଆଇଆଇସି ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।
ଗିରଫ ଦୁଇ ନକଲି ଡାକ୍ତରଙ୍କ ନିକଟରୁ ପୋଲିସ କିଛି ଔଷଧ ମଧ୍ୟ ଜବତ କରିଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାୟାଇଥିବା ଶ୍ରୀ ସାହୁ କହିଛନ୍ତି। ଖପ୍ରାଖୋଲ ଥାନାରେ ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ କରାୟାଇ ଅଧିକ ତଦନ୍ତ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନକଲି ଡାକ୍ତର ଚିହ୍ନଟ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକକୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.