Latest Odisha News

BREAKING NEWS

ରାଜଧାନୀରେ ଦୁଇ ଯୁବତୀଙ୍କୁ ପିଟିଲେ ଘର ମାଲିକ ଓ ତାଙ୍କ ପୁଅ

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ନଗର ଅଞ୍ଚଳରେ ବୁଧବାର ଦିନ ଦୁଇ ଯୁବତୀଙ୍କୁ ଘର ମାଲିକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ଯୁବତୀ ତାଙ୍କ ହଷ୍ଟେଲରେ ଭଡାରେ ରହୁଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ହଷ୍ଟେଲରେ କୌଣସି ବିବାଦକୁ ନେଇ ମାଲିକ ଏବଂ ତାଙ୍କ ପୁଅ ଦୁଇଜଣ ଯୁବତୀଙ୍କୁ ମାଡ଼ ମାରିଥିଲେ। ଏହି ଦୃଶ୍ୟର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ହଷ୍ଟେଲ ମାଲିକ ଏବଂ ତାଙ୍କ ଦୁଇ ପୁଅ ଉକ୍ତ ଦୁଇଜଣ ଯୁବତୀଙ୍କୁ କାଠ ଫାଳିଆ ଓ ଟାୟାରରେ ଆକ୍ରମଣ କରୁଥିବା ନଜର ଆସିଛି।

ହଷ୍ଟେଲ ମାଲିକଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛି ମାସ ହେବ ସେମାନେ ଭଡା ଦେଉନଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ବେ ମଧ୍ଯ ମହିଳାମାନେ ହଷ୍ଟେଲ ଛାଡୁନଥିଲେ। ଏହି ସମସ୍ତ ଘଟଣା ହଷ୍ଟେଲର ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ହଷ୍ଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Comments are closed.