ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ଚତୁର୍ଥ କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ଓଡ଼ିଶାର ଦୁଇ ସରକାରୀ ଆଇଟିଆଇ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହି ଅବସରରେ ସେ ଏକ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଠାରୁ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ‘ଅଲ୍ ଇଣ୍ଡିଆ ଟପର୍ ଆୱାର୍ଡ ୨୦୨୫’ ଗ୍ରହଣ କରିଥିବା ଓଡ଼ିଶାର କୃତୀ ଛାତ୍ର ପ୍ରମୋଦ ଦଳପତି ଏବଂ ଜିତେନ୍ଦ୍ର ପ୍ରଧାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଉଭୟଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ସେ ପ୍ରକାଶ କରିଛନ୍ତି।
ଗଞ୍ଜାମ ଜିଲ୍ଲାର ୨୫ ବର୍ଷୀୟ ଜିତେନ୍ଦ୍ର କ୍ରାଫ୍ଟ ପ୍ରଶିକ୍ଷକ ତାଲିମ ଯୋଜନା (CITS) ଅଧୀନରେ ଇଲେକ୍ଟ୍ରିସିଆନ୍ ଟ୍ରେଡରେ ଅଲ୍ ଇଣ୍ଡିଆ ଟ୍ରେଡ୍ ଟେଷ୍ଟ (AITT)ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେ ଗଞ୍ଜାମର ସରକାରୀ ଆଇଟିଆଇ ହିଞ୍ଜିଳିକାଟୁର ଛାତ୍ର।
ସେହିପରି ଫୁଲବାଣୀର ସରକାରୀ ଆଇଟିଆଇର ଛାତ୍ର ପ୍ରମୋଦ ଇଲେକ୍ଟ୍ରୋନିକ୍ସ ମେକାନିକ୍ ଟ୍ରେଡରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
Comments are closed.