Latest Odisha News

ଗଛରେ ଝୁଲୁଛି ୨ଟି ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ସାଲେପୁର: ବିବାହିତ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l କଟକ ଜିଲ୍ଲା ସାଲେପୁର ଥାନା ନାଳିଆମୁହଁ ନିକଟ ଅଲିପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଏକ ଗଛରେ ଝୁଲୁଛି ଉଭୟଙ୍କ ମୃତଦେହ l ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ସାଲେପୁର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l

ସୂଚନା ଅନୁସାରେ, ମୃତ ଯୁବକଜଣକ ଅଲିପୁର ଗାଁର ମନୋଜ ସାମଲ । ସେ ପାଗା ଅଞ୍ଚଳର ଜଣେ ନାବାଳିକାଙ୍କୁ କିଛି ଦିନ ହେବ ପ୍ରେମ କରୁଥିବା ଜଣାପଡ଼ିଛି। ତେବେ ଗତକାଲି ସନ୍ଧ୍ୟାରୁ ନାବାଳିକାଜଣକ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ । ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ କୌଣସି ଖବର ନ ପାଇବାରୁ ପାଗା ଫାଣ୍ଡିରେ ଅଭିଯୋଗ କରିଥିଲେ । ସେପଟେ ମନୋଜ ମଧ୍ୟ କେଉଁଆଡ଼େ ଚାଲି ଯାଇଥିଲେ। ଗତକାଲି ରାତି ସାରା ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ l ଶେଷରେ ଆଜି ସକାଳେ ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ତେବେ ମୃତ ଯୁବକ ଜଣକ ବିବାହିତ ଓ ତାଙ୍କର ଏକ ତିନି ବର୍ଷର ପିଲାଥିବା ଜଣାଯାଇଛି। ଉଭୟ ଯୁବତୀ/ଯୁବକ ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଗ୍ରାମରେ ଆଲୋଚନା ହେଉଛି।

Leave A Reply

Your email address will not be published.