ଭୁବନେଶ୍ଵର: ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ନିକଟ ବସ୍ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ଦୁଇ ଜଣ ଯୁବକଙ୍କୁ ମୋ ବସ ଧକ୍କା ଦେବା ଘଟଣାରେ ଡ୍ରାଇଭର ଓ ଗାଇଡଙ୍କୁ ବାହାର କରିଦିଆଯାଇଛି।
ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଯୁବକମାନେ ହେଉଛନ୍ତି ପୁରୀର ରଞ୍ଜିତ ବେହେରା ଏବଂ ହ୍ରୁଦାନନ୍ଦ। ତେବେ ଜଣଙ୍କର ଗୋଡ଼ରେ ପ୍ରବଳ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର କାନ୍ଧରେ ଆଘାତ ଲାଗିଥିଲା।
ଅପରପକ୍ଷରେ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉଭୟ ଡ୍ରାଇଭର ଓ ଗାଇଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି।
ଏକ ବିବୃତ୍ତିରେ କ୍ରୁଟ କହିଛି ଯେ ବାହାରେ ଗରମ ଥିବାରୁ ବସ୍ ପାଖରେ ଦୁଇଜଣ ଯାତ୍ରୀ ବସିଥିଲେ। ଲୋକମାନେ ବସ୍ ତଳେ ବସିଥିବା ଜାଣିନପାରି ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରିଥିଲେ। ତେବେ ତୁରନ୍ତ ବସ୍ ପାଖରେ ଥିବା ଯାତ୍ରୀମାନେ ବସ୍ ଡ୍ରାଇଭରଙ୍କୁ ଏନେଇ ଅବଗତ କରିବା ପରେ ଡ୍ରାଇଭର ଗାଡ଼ିକୁ ଅଟକାଇ ଦେଇଥିଲେ।
ଅଧିକ ପଢନ୍ତୁ- ତଥାପି ଚେତୁନି ମୋ ବସ୍, ପୁଣି ଘଟାଇଲା ଦୁର୍ଘଟଣା
Comments are closed.