Latest Odisha News

ପଡ଼ିଲା ୫ ଶହ କେଜିର ବୋମା, ଦୁଇ ଶିଶୁଙ୍କ ସମେତ ଚାଲିଗଲା ୧୮ ଜଣଙ୍କ ଜୀବନ

ଭୁବନେଶ୍ୱର: ୟୁକ୍ରେନରୁ ଆସିଛି ଏକ ଅଭାବନୀୟ ଘଟଣା । ସୁମି ସହରରେ ଏକ ଆବାସିକ କୋଠାରେ ଏକ ୫ଶହ କେଜିର ବୋମା ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ୧୮ ଜଣଙ୍କ ଜୀବନ ଚାଲି ଯାଇଛି । ଋଷ ସେନା ପକ୍ଷରୁ ଏହି ବୋମା ମାଡ଼ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏନେଇ ୟୁକ୍ରେନ ସଂସ୍କୃତି ଓ ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଏହି ଟ୍ୱିଟରେ କୁହାଯାଇଛି ଯେ, ଗତକାଲି ରାତିରେ ଋଷ ସେନା ମାନବିକତା ବିରୋଧରେ ଆଉ ଏକ ଅପରାଧ ଘଟାଇଛି । ଋଷ ସେନା ସୁମି ସହରର ଏକ ଆବାସିକ କୋଠାରେ ୫ଶହ କେଜିର ବୋମା ପକାିଥିଳେ । ଏଥିରେ ଦୁଇ ଶିଶୁଙ୍କ ସମେତ ୧୮ ଜଣଙ୍କ ପ୍ରାଣହାନୀ ହୋଇଥିବା ସ୍ପଷ୍ଟ ହୋଇଛି ।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ର କୁଲେବା ୫ଶହ କେଜି ବୋମାର ଫଟୋ ଟ୍ୱିଟ୍ କରି ଲେଖିଛନ୍ତି, ଋଷ ସେନା ଆମ ଦେଶର ନିରିହ ଲୋକଙ୍କୁ ଆତ୍ମହତ୍ୟା କରୁଛି । ଛୋଟ ପିଲାଙ୍କୁ ବି ସେମାନେ ଛାଡୁ ନାହାନ୍ତି । ଋଷର ଏହି ବର୍ବୋରଚିତରୁ ଆମକୁ ଉଦ୍ଧାର କର । ଆକାଶ ମାର୍ଗକୁ ବନ୍ଦ କର । ଋେ ସେନା ଯୁଦ୍ଧ ବିମାନକୁ ମୁକାବିଲା କରିବାକୁ ଆମକୁ ସାହାର୍ଯ୍ୟ କର ।

ୟୁକ୍ରେନ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ରୁଷର ଯୁଦ୍ଧ ବିମାନ ଗୁଡ଼ିକ ଦେଶର ପୂର୍ବ ଓ କେନ୍ଦ୍ରାଞ୍ଚଳରେ ରାତି ତମାମ ବୋମାମାଡ଼ କରିଛନ୍ତି। ଏଥିରୁ କେତେକ ଆବାସିକ କୋଠା ଓ ତୈଳ ଡିପୋ ଉପରେ ପଡ଼ିଛି। ତେବେ ଏଥିରେ କେତେ ହତାହତ ହୋଇଛନ୍ତି, ତା’ର ତଥ୍ୟ ଦିଆଯାଇ ନାହିଁ।

Comments are closed, but trackbacks and pingbacks are open.