Latest Odisha News

BREAKING NEWS

କେନ୍ଦ୍ରାପଡାରେ ଟ୍ରକକୁ ପିଟିଲା କାର୍; ୨ ମୃତ ଓ ୩ ଗୁରୁତର

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନୟନ ବିହାର ଛକରେ ଏକ ଟ୍ରକ ପଛରେ ଗୋଟିଏ କାର୍ ଧକ୍କା ଦେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିବା ସହ ୩ ଗୁରୁତର ଆହତ ହୋଇଛନ୍ତି ।

ମୃତକମାନେ ହେଲେ ପ୍ରଣତି ପଣ୍ଡା ଓ ବିଜୟ ସାହୁ ।

ପ୍ରାପ୍ତ ସୂଚନାନୁଯାୟୀ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନେ ନୂଆବର୍ଷ ଅବସରରେ ମହାପ୍ରଭୁଙ୍କ ଦର୍ଶନ ସାରି ପୁରୀରୁ ଘରକୁ ଫେରିଥିବା ବେଳେ ଏହି ଅଘଟଣ ଘଟିଥିଲା।

ସୂଚନା ପାଇ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚିବା ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ମସୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.