Latest Odisha News

BREAKING NEWS

ଖାପ୍ ପଞ୍ଚାୟତରେ ଗଣ୍ଡଗୋଳ, ୨ ମୃତ

ମାଲକାନଗିରି: ମାଲକାନଗିରିର ଏମପିଭି-୩୩ ଗ୍ରାମରେ କୌଣସି ବିବାଦର ସମାଧାନ ପାଇଁ ବସିଥିବା ଖାପ୍ ପଞ୍ଚାୟତର ବୈଠକ ଏକପ୍ରକାର ରଣକ୍ଷେତ୍ର ପାଲଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର ବିଧାନ ମିର୍ଦ୍ଧା ନାମକ ଜଣେ ବ୍ୟକ୍ତିଙ୍କର ପାରିବାରିକ ବିବାଦର ସମାଧାନ ଲାଗି ଖାପ୍ ପଞ୍ଚାୟତ ବୈଠକ ହୋଇଥିଲା । ଏହି ବୈଠକ ବେଳେ ସେ କୌଣସି କାରଣବଶତଃ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ଆକ୍ରମଣ କରିଥିଲେ । ଫଳରେ ପ୍ରାୟ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ ।

ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.