Latest Odisha News

BREAKING NEWS

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର: ପାଇଖାନା ଟାଙ୍କି ସଫା କରିବା ବେଳେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶନିବାର ମଧ୍ଯାହ୍ନରେ ଏ ଅଘଟଣ ଘଟିଛି ଭୁବନେଶ୍ୱରର ଶିଶୁପାଳଗଡ଼ ଅଞ୍ଚଳରେ । ଶିଶୁପାଳଗଡ଼ର ରଘୁନାଥ ନଗରରେ ପାଇଖାନା ଟାଙ୍କି ସଫା କରିବା ଲାଗି ୨ ଶ୍ରମିକ ଯାଇଥିଲେ ।

ହେଲେ ସେମାନେ ଆଉ ବାହାରକୁ ବାହାରି ପାରି ନଥିଲେ । ଖବର ପାଇଁ ୨ ଜଣଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ଗୁରୁତର ଅବସ୍ଥାରେ ୨ ଶ୍ରମିକଙ୍କ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।

୨ ମୃତକଙ୍କ ମଧ୍ୟରୁ ଜଣେ ଠିକାଦାରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ଶ୍ୱାସରୁଦ୍ଧ ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.