Latest Odisha News

ବଜ୍ରପାତରେ ୨ ଶ୍ରମିକ ମୃତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ଅଞ୍ଚଳରେ ବଜ୍ରପାତରେ ରବିବାର ସକାଳେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ଘଟଣାଟି ଘଟିଛି କୁଆଁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଲୋଡସେରା ଗ୍ରାମରେ । ଏହାଛଡା ମୃତକମାନଙ୍କ ପରିଚୟ ହସ୍ତଗତ ହୋଇନଥିବା ବେଳେ ଦୁହେଁ ଶ୍ରମିକ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମ ନିକଟରେ ଏକ ବ୍ରିଜ୍ ନିର୍ମାଣ କାମ ହେଉଥିବା ବେଳେ ଦୁହେଁ ସେଠାରେ ନିୟୋଜିତ ହୋଇଥିଲେ । ତେବେ ଦୁର୍ଭାଗ୍ୟବଶତଃ ବିଜୁଳି ମାରିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

Leave A Reply

Your email address will not be published.