Latest Odisha News

BREAKING NEWS

ଗୁଳି ଫୁଟି ୨ ମୃତ ଘଟଣା, ୨ ଜଣଙ୍କୁ ଅଟକ ରଖିଲା ପୋଲିସ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ପୋଲିସ ପିସ୍ତଲରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ। ଉଭୟ ଅଭିଯୁକ୍ତ ଚୁଲିମାଲ ଗାଁର ବୋଲି ଜଣାପଡିଛି। ତେବେ ଘଟଣାର କାରଣ ଏବେ ବି ଅସ୍ପଷ୍ଟ । ଅଟକ ରଖାଯାଇଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଆଜି ପଚରାଉଚୁରା କରିବା ପରେ ଜଣାପଡିବା ହତ୍ୟାର କାରଣ।

ସୂଚନା ଥାଉକି ବିନିକା ଥାନା ଚୁଲିମାଲରେ ଘଟିଛି ଏହି ନିର୍ମମ ଘଟଣା। ଗୁଳି ମାଡ଼ର ଶିକାର ହୋଇଥିବା ଉଭୟଙ୍କୁ ବିନିକା ଡାକ୍ତରଖାନାରେ ରଖାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଉଭୟ ମୃତକ ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁର ବୋଲି ଜଣାପଡ଼ିଛି। ଗାଁର ଏକ ଖୋଲା ପଡିଆରେ ପଡିଥିଲା ମୃତଦେହ।

ମୃତଦେହ ନିକଟରୁ ମିଳିଛି ପୋଲିସ ପିସ୍ତଲ। କାହିଁକି ଗୁଳି କରିଛି ବର୍ତ୍ତମାନ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି। ମୃତ କନେଷ୍ଟବଳ ଜଣକ ପିଏସଓ ଥିବା ସୂଚନା ମିଳିଥିବା ବେଳେ ଘଟଣାସ୍ଥଳକୁ ସୋନପୁର ଆରକ୍ଷୀ ଅଧିକ୍ଷକ ଓ ଆଇ.ଜି ହିମାଂଶୁ ଲାଲ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ପରେ ବିନିକା ଡାକ୍ତରଖାନା ଯାଇ ମୃତଦେହର ମାଇନା କରିଛନ୍ତି। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି।

Comments are closed.