Latest Odisha News

ପୋଲିସ ବନ୍ଧୁକରୁ ଗୁଳି ଫୁଟି ଚାଲିଗଲା ୨ ଜୀବନ

ସୁବର୍ଣ୍ଣପୁର: ପୋଲିସ କର୍ମୀଙ୍କ ଗୁଳିରେ ଦୁଇ ମୃତ । ଏଭଳି କାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲମାଲ ଗ୍ରାମରେ । ଆଜି ସନ୍ଧ୍ୟାରେ ପୋଲିସ କର୍ମଚାରୀଙ୍କ ସର୍ଭିସ ପିସ୍ତଲରୁ ଏହି ଗୁଳି ଫୁଟିଥିବା ଜଣାପଡିଛି ।

ମୃତ ଯୁବକ ଦ୍ବୟ ହେଲେ ଚୁଲିମାଲ ଗାଁର ଓ ସହଦେବ ଝାଙ୍କର । ଉଭୟ ସମ୍ପର୍କରେ ଭାଇ ହେବେ । ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଲ୍‌ ହୋଇଥିବା ବେଳେ ଅନ୍ୟ ଜଣେ ପିଏସ୍‌ଓ ଭାବେ ଚାକିରି କରୁଥିଲେ ।

ଖବର ମୁତାବକ, କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା କ୍ରମଶଃ ଭୟଙ୍କର ରୂପ ନେଇଥିଲା । ଫଳରେ ରୁ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ କିଏ କାହାକୁ ଗୁଳି କରିଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.