Latest Odisha News

BREAKING NEWS

ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ: କୁଖ୍ୟାତ ମାଓ ନେତ୍ରୀଙ୍କ ସହ ଦୁଇ ମାଓବାଦୀ ନିହତ

ମାଲକାନଗିରି: ମାଲକାନିଗିର ସୀମାନ୍ତ ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର ଜାରି ରହିଛି। ମଦ୍ଦେଡ୍ ଥାନା ବଦ୍ଦେପାରା ଜଙ୍ଗଲରେ ଏନକାଉଣ୍ଟର ସମୟରେ କୁଖ୍ୟାତ ମାଓନେତ୍ରୀ ସମେତ ୨ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଜଙ୍ଗଲରୁ କୁଖ୍ୟାତ ମାଓ ନେତ୍ରୀ ମନିଲାଙ୍କ ସହ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଡିଭିଜନାଲ କମିଟି ସଦସ୍ୟା ମନିଲାଙ୍କ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ରହିଛି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ଅନ୍ୟପଟେ ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର ଏବେ ବି ଜାରି ରହିଛି। ମାଓବାଦୀ ଲୁଚି ଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି।

 

Comments are closed.