Latest Odisha News

ପୋଲିସ ନିକଟରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ

ସୁକମା: ଛତିଶଗଡ଼ ପୋଲିସକୁ ପୁଣି ସଫଳତା। ଛତିଶଗଡ଼ ସୁକ୍‌ମା ଜିଲ୍ଲା ପୋଲିସ ନିକଟରେ ୨ ମାଓବାଦୀ ବୁଧବାର ଆତ୍ମସମର୍ପଣ କରଛନ୍ତି। କୋଣ୍ଟା ଅଞ୍ଚଳର ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ସୋଡି ଗଜେନ୍ଦ୍ର ଓରଫ ହଡମା ଓ ମହିଳା ମାଓବାଦୀ ସୋଡି ମଞ୍ଜୁଲା ଓରଫ ମଡକମ ମଞ୍ଜୁଲା ଆତ୍ମସମର୍ପଣ କରିଛନ୍ତି।

ଏ ସମ୍ପର୍କରେ ସୁକ୍‌ମା ପୋଲିସ ସୂଚନା ଦେଇଛନ୍ତି। ଏହି ୨ ଜଣ ସୁକ୍‌ମା ଏସ୍‌ପି କିରଣ ଚୌହାନ ଓ ସୁକ୍‌ମା ଉପ ମହାନିରୀକ୍ଷକ ସୁରଜ ପାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ୨ ମାଓବାଦୀଙ୍କ ମଧ୍ୟରୁ ସୋଡି ଗଜେନ୍ଦ୍ର ୨୦୧୪ ରେ ବିରାରଭଟି ସିଏନ୍‌ଏମ୍‌ ସଦସ୍ୟ ଓ ପରେ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ କୋଣ୍ଟା ଏରିଆ କମିଟି ଜନତାନା ସରକାର ପାର୍ଟି ସଦସ୍ୟ ଓ କୋଣ୍ଟା ଏଲ୍‌ଓଏସ୍‌ ଜନମିଲିସିଆ କମାଣ୍ଡର ଭାବେ କାର୍ଯ୍ୟକରି ଆସୁଥିଲେ।

ସେହିପରି ସୋଡି ମଞ୍ଜୁଲା ମଧ୍ୟ ୨୦୦୨ରୁ ମାଓବାଦୀଙ୍କ ବିଭିନ୍ନ ସଂଗଠନରେ ସଦସ୍ୟା ଓ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ କ୍ୟାମ୍ପ ପ୍ରତିଷ୍ଠା ଗତ ୩ ମାସ ମଧ୍ୟରେ ପୋଲିସ ଗୁଳିରେ ବହୁ ମାଓବାଦୀ ନିହତ ହେବା, ସାମଗ୍ରୀ ଜବତ ହେବା ସହ ସଙ୍ଗଠନରେ ପୂର୍ବ ଆଦର୍ଶ ନଥିବା ଯୋଗୁଁ ଏହି ୨ ମାଓବାଦୀ ଆତ୍ମସମର୍ପଣ କରିଥିବା କହିଛନ୍ତି।

Leave A Reply

Your email address will not be published.