ମାଲକାନଗିରି: ଡିବିରି ନିଆଁରେ ପୋଡି ଭାଇ ଭଉଣୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଗୌଡ଼ଗୁଡା ଗାଁରେ । ଶିଶୁ ୨ଜଣ ହେଉଛନ୍ତି ୨ବର୍ଷର ବିନ୍ଦିୟା ଓ ୮ବର୍ଷର ରାଜେବି ।
ସୂଚନାଯୋଗ୍ୟ, ଆଜି ସକାଳେ ୨ ଭାଇ ଭଉଣୀଙ୍କୁ ଗୋଟିଏ ଘରେ କମ୍ବଳ ଘୋଡାଇ ଶୁଆଇ ଦେଇ ବାପା ମାଆ ଇଟା ଭାଟିକୁ କାମ କରିବାକୁ ଚାଲି ଯାଇଥିଲେ। ଏହି ସମୟରେ ଡିବିରିର ନିଆଁ କମ୍ବଳକୁ ଲାଗିଯାଇଥିଲା । ଶିଶୁ ଦୁଇଟି ନିଆଁରେ ଛଟପଟ ହୋଇ ଜଳନ୍ତା ଅବସ୍ଥାରେ ବାହାରକୁ ଆସିବାରୁ ପଡୋଶୀମାନେ ଦେଖିଥିଲେ । ତୁରନ୍ତ ନିଆଁ ଲିଭାଇ ମାଲକାନଗିରି ମେଡିକାଲକୁ ଆଣିଥିଲେ। ଶିଶୁ ଦୁଇଟି ୧୦୦ ପ୍ରତିଶତ ଜାଳି ଯାଇଥିବା ଡାକ୍ତର କହିଛନ୍ତି । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟକୁ ସ୍ଥାନାନ୍ତର କରାଯାଇଛି।
Comments are closed.