କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଆଳି ଅନ୍ତର୍ଗତ ଲୋକପଦ ଗ୍ରାମରେ ଶନିବାର ଦିନ ଏକ ପୋଖରୀରେ ଗାଧୋଉଥିବା ବେଳେ ୨ ନାବାଳକ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି ।
ମିଳିଥିବା ସୂଚନାନୁସାରେ ଏହି ନାବାଳକ ଫରହାନ୍ ଓ ଆବୁକର ଖାନ୍ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଦୁର୍ଭାଗ୍ୟଜନକ ଭାବେ ସେମାନଙ୍କ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ ।
ପାଣିରେ ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକେ ପୋଖରୀ ନିକଟକୁ ଆସି ପାଣି ଭିତରୁ ଦୁଇ ଜଣଙ୍କୁ ଉପରକୁ ଆଣିଥିଲେ । ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା, ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed.