Latest Odisha News

BREAKING NEWS

ରାଜ୍ୟରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ, ୮୯ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏ ସମ୍ପୃକ୍ତ ୨ ଆକ୍ରାନ୍ତ ବ୍ୟକ୍ତି ବାଲେଶ୍ୱରର । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷୀୟ ମହିଳା ଓ ୩୬ ବର୍ଷୀୟ ପୁରୁଷ ଅଛନ୍ତି । ଏହାକୁ ମିଶାଇ ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୦ରେ ପହଂଚିଛି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଂଚିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜି ସକାଳୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏ ସମସ୍ତ ଆକ୍ରାନ୍ତ ଯାଜପୁରୁର ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଜଣେ ପୁରୁଷ ଅଛନ୍ତି । ଏମାନଙ୍କ ସମସ୍ତଙ୍କ କୋଲକାତା ଲିଙ୍କ ରହିଛି । ଆଜି ଗୋଟିଏ ଦିନରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୫୫ଟି ମାମଲା ସକ୍ରିୟ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୩୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେହିପରି ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.