Latest Odisha News

BREAKING NEWS

ବଢୁଛି ସଂକ୍ରମଣ: କରୋନା ପଜିଟିଭ ଚିହ୍ନଟ ହେଲେ କ୍ୟାପିଟାଲ ହସ୍ପିଟାଲର ଆଉ ୨ କର୍ମଚାରୀ

ଭୁବନେଶ୍ୱର: ରାଜ୍ୟରେ କାୟା ବିସ୍ତାର କରୁଛି କରୋନା । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଆଉ ଦୁଇ କର୍ମଚାରୀ ।

ସେମାନଙ୍କ ମଧ୍ୟରୁ ଜଣେ ଅର୍ଥୋପେଡିକ୍‌ ବିଭାଗର ଆଟେଣ୍ଡାଣ୍ଟ ଓ ଅନ୍ୟ ଜଣେ ହସ୍ପିଟାଲର ପାଣି ପାଇପ ମିସ୍ତ୍ରୀ। ଏମାନଙ୍କ ଆଣ୍ଟିଜେନ୍‌ ଟେଷ୍ଟ ପଜିଟିଭ୍‌ ଥିବା ସ୍ପଷ୍ଟ ହୋଇଛି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ଟ୍ରେସିଂ ଆରମ୍ଭ ହୋଇଛି । ଏହାକୁ ମିଶାଇ ହସ୍ପିଟାଲରେ ପଜିଟିଭ୍‌ଙ୍କ ସଂଖ୍ୟା ୧୬ ଛୁଇଁଛି ।

ସୂଚନାଯୋଗ୍ୟ, ଏଠାରୁ ବୁଧବାର ଚିହ୍ନଟ ୪ ପଜିଟିଭ୍‌ଙ୍କ ମଧ୍ୟରୁ ୩ ଜଣଙ୍କୁ ଜାମୁଝରୀରେ ଥିବା କୋଭିଡ୍‌ କେୟାର ସେଣ୍ଟରକୁ ପଠାଯାଇଛି । ଆଜି ଆଉ ଦୁଇ ଜଣଙ୍କୁ କୋଭିଡ୍‌ କେୟାର ସେଣ୍ଟରକୁ ପଠାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.