Latest Odisha News

ଯମୁନୋତ୍ରୀ ଯାତ୍ରା ବେଳେ ପୁଣି ୨ ଶ୍ରଦ୍ଧାଳୁଙ୍କ ହୃଦଘାତରେ ମୃତ୍ୟୁ; ମୃତ୍ୟୁ ସଂଖ୍ୟା ୧୮ ଛୁଇଁଲା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଯମୁନୋତ୍ରୀ ଯାତ୍ରା ସମୟରେ ପୁଣି ଦୁଇ ଜଣ ଶ୍ରଦ୍ଧାଳୁଙ୍କ ହୃଦଘାତରେ ମୃତ୍ୟୁ। ଉତ୍ତରାଖଣ୍ଡ ପୁଲିସ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଏହି ସୂଚନା ଦେଇଛି। ଗତ ମାସ ଠାରୁ ୪ ଧାମ ଯାତ୍ରା ଆମ୍ଭ ହୋଇଥିବା ବେଳେ ଏହାକୁ ମିଶାଇ ମୋଟ ୧୮ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇ ସାରିଲାଣି।

ପୁଲିସର ସୂଚନା ଅନୁସାରେ, ରାଜସ୍ଥାନ ଚୁରୁ ଜିଲ୍ଲା ବଣ୍ଠାନାଉ ଗାଁର ସତ୍ୟନାରାୟଣ (୫୫) ଜାଙ୍କିଚଟ୍ଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବାରକୋଟ ଥାନାଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ଉତ୍ତର ପ୍ରଦେଶ ବସ୍ତି ଜିଲ୍ଲା ହିନତ ଗାଁର ଶେଷନାଥ(୭୭)ଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.