Latest Odisha News

BREAKING NEWS

ସମୁଦ୍ରରେ ବୁଡି ପୁଣି ୨ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ; ୨ ଦିନରେ ଗଲାଣି ୪ ଜୀବନ

ପୁରୀ:ପୁଣି ପୁରୀ ବେଳାଭୂମିରୁ ଆସିଛି ଦୁଃଖଦ ଖବର । ସମୁଦ୍ର ନେଇଗଲା ଜୀବନ  ପୁରୀ ସମୁଦ୍ର ସେକ୍ଟର ୧୩ ବାଥିଂ ଜୋନରେ କ୍ୟାମେଲିଆ ହୋଟେଲ ସମ୍ମୁଖରେ ଭାସିଗଲେ ୨ ପର୍ଯ୍ୟଟକ । ସମୁଦ୍ରରେ ଗାଧଉଥିବା ବେଳେ  ଭାସିଯାଇ ଦୁଇଜଣଙ୍କର  ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳିରୁ ଆସିଥିବା ୩୨ ବର୍ଷୀୟ ଅରିନ୍ଦମ ଦାସ । ଅନ୍ୟଜଣେ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ।

ଗତକାଲି ମଧ୍ୟ ପୁରୀ ସମୁଦ୍ରରେ ଘଟିଥିଲା ସମାନ ଘଟଣା । ସମୁଦ୍ରରେ ଗାଧୋଉଥିବାବେଳେ ଭାସି ଯାଇଥିଲେ ୨ ବଙ୍ଗୀୟ ପର୍ଯ୍ୟଟକ  । ବେଳାଭୂମିରେ ସେକ୍ଟର ୧୨ ଓ ୧୩ ବାଥିଂ ଜୋନରେ ଗାଧୋଉଥିବାବେଳେ ଭାସି ଯାଇଥିଲେ ।  ଅନ୍ୟ ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗର  ।

ସେମାନେ ୫ ଜଣ ଏକାଠି ଗାଧୋଉଥିବାବେଳେ ୩ ଜଣ ଭାସି ଯାଇଥିଲେ । ଜଣଙ୍କୁ ଲାଇଫଗାର୍ଡ କର୍ମଚାରୀ ଉଦ୍ଧାର କରିଥିଲେ ।  କିଛି ସମୟ ପରେ ୨ ଜଣ ଭାସି ଆସି କୂଳରେ ଲାଗିଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ପର୍ଯ୍ୟଟକ ସୁନିଲ ଶେଖର ଗୁରୁତର ଅବସ୍ଥାରେ ପୁରୀ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।   

ତେବେ ୨  ଦିନରେ ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଲାଣି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ କର୍ମଚାରୀ ଉପସ୍ଥିତ ଥିବା ସତ୍ତ୍ୱେ ଏପରି ଅଘଟଣ ବାରମ୍ବାର ଘଟୁଥିବାରୁ ପର୍ଯ୍ୟଟକମାନେ ଭୟଭୀତ ହୋଇପଡିଛନ୍ତି ।

 

Leave A Reply

Your email address will not be published.