ରାୟପୁର: ଛତିଶଗଡ଼ ଜିଲ୍ଲାର କାଙ୍କେର ସ୍ଥିତ ତାଡକୋଇ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହେବାଫଳରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଜି କାଙ୍କେର ସ୍ଥିତ ତାଡକୋଇ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି ।
ଏସମ୍ପର୍କରେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
P Sundarraj, DIGP Anti-Naxal Operations: Two Naxals were killed in an exchange of fire with District Reserve Guards in Tadoki, Kanker last night. Arms & ammunition recovered. #Chhattisgarh
— ANI (@ANI) June 14, 2019
ଏହି ଘଟଣା ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଶର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣାପଡିଛି ।
Comments are closed.