Latest Odisha News

ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ, ଦୁଇ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ ସୀମାନ୍ତ ମହାରାଷ୍ଟ୍ରର ଗଡ଼ଚିରୋଲିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଗଡ଼ଚିରୋଲି ଜିଲ୍ଲାର ଜାମ୍ବିଆ ଗୋଟା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍ ।

BjdElectrycity

ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଏନକାଉଣ୍ଟର ସ୍ଥଳରୁ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସୁରକ୍ଷାକର୍ମୀଙ୍କୁ ସାମନା କରି ନପାରି ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Leave A Reply

Your email address will not be published.