Latest Odisha News

BREAKING NEWS

ଆସାମରେ ୬.୪ ତୀବ୍ରତାର ବଡ଼ ଧରଣର ଭୂମିକମ୍ପ

ଗୁଆହାଟୀ: ଆସାମରେ ବଡ଼ ଧରଣର ଭୂମିକମ୍ପ । ସକାଳୁ ସକାଳୁ ଜୋରଦାର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୬.୪ । ସକାଲ ୭ଟା ୫୧ ମିନିଟରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା । ଗୁଆହାଟୀରୁ ୧୪୦ କିଲୋମିଟର ଦୂର ଧେକିଆଜୁଲି ଟାଉନ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଓ ୧୭ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା ।

ତିନି ତିନିଟି ଝଟକା ଅନୁଭୂତ କରିଥିଲେ ଲୋକ । ପ୍ରଥମ ଝଟକା ପରେ କେହି କିଛି ବୁଝି ପାରି ନଥିଲେ। ଲୋକ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ତାପରେ ପରେ ଆଉ ଦୁଇ ଥର କମ୍ପନ ହୋଇଥଲା । ଆସାମ ସହ ଦକ୍ଷିଣ ପଶ୍ଚିମବଙ୍ଗ ଓ ମେଘାଳୟର କିଛି ଅଞ୍ଚଳରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।


କେଉଁଠି ଲୋକଙ୍କ ଘର ପାଚେରୀ ଭାଙ୍ଗି ଯାଇଛି । ଆଉ କେଉଁଠି କାନ୍ଥ ଫାଟି ଆଁ । କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳି ନାହିଁ । ଏହି ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କ କହ କଥା ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.