ଭୁବନେଶ୍ୱର: ରବିବାର ପଶ୍ଚିମବଙ୍ଗରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଭଞ୍ଜନଗରରୁ ପଶ୍ଚିମବଙ୍ଗ ଯାଉଥିବା କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସମସ୍ତେ ଓଡ଼ିଆ ବୋଲି ଜଣାପଡିଛି। ଖବର ଅନୁଯାୟୀ, ସମସ୍ତ ସାତ ଜଣ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ପଶ୍ଚିମବଙ୍ଗର ରାଣୀଗଞ୍ଜକୁ ଏକ ଏସୟୁଭିରେ ଯାଉଥିଲେ। ସୀମାବର୍ତ୍ତୀ ନାରାୟଣଗଡ଼ ନିକଟରେ ଟ୍ରକ୍ ସହ ଉକ୍ତ କାର୍ ଧକ୍କା ହୋଇଥିଲା।
ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 5 ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ଜଣାପଡିଛି। ଏହି ଦୁର୍ଘଟଣା ପରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ମେଦିନାପୁରର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପିଡିଛି। ମୃତକଙ୍କ ମଧ୍ୟରୁ ଜଣେ ଖିରୋଦ ପ୍ରଧାନ ବୋଲି ଜଣା ପଡିଥିବା ବେଳେ ଅନ୍ୟ ପୀଡିତାଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ।
Comments are closed.