Latest Odisha News

ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ

ବୌଦ୍ଧ: ହରଭଙ୍ଗା ଥାନା ମହାଲିକ୍‌ପଡ଼ା ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ । ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବଡ଼ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ଚିକିତ୍ସିତ । ମୃତ ଭଉଣୀ ହେଉଛନ୍ତି ନଳିନୀ ସାହୁ ଓ ଗୁରୁତର ସାଲିନୀ ସାହୁ ।

ସୂଚନା ଅନୁସାରେ, ବିବାହିତ ବଡ଼ ଭଉଣୀ ଘରକୁ ବୁଲିବାକୁ ଯାଇଥିଲା ସାନ ଭଉଣୀ । ଘରେ କେହି ନଥିବା ବେଳେ ଝଗଡ଼ା ପରେ ବିଷ ପିଇଲେ ୨ ଭଉଣୀ । ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ବଡ ଭଉଣୀକୁ ମୃତ ବୋଲି ଡାକ୍ତର ଘୋଷଣା କରିଥିବା ବେଳେ ସାନ ଭଉଣୀକୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ତେବେ ଏହା ପଛର କାରଣ କଣ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

 

Leave A Reply

Your email address will not be published.