Latest Odisha News

BREAKING NEWS

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ସହିଦ

କାଶ୍ମୀର: ନୂଆବର୍ଷ ପାଇଁ ସାରାଦେଶ ଖୁସି ମନାଉଥିବା ବେଳେ ଜମ୍ମୁ କାଶ୍ମୀରର ରାଜୌରି ଜିଲ୍ଲା ନୌସେର ସେକ୍ଟରରେ ବୁଧବାର ସକାଳୁ ଆତଙ୍କବାଦୀ ଓ ଯବାନଙ୍କ ସହ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ଶୀତର ପ୍ରକୋପ ଅଧିକ ରହିଛି । ଏହାର ଫାଇଦା ଉଠାଇ ପାକିସ୍ତାନ ପଟରୁ କିଛି ଆତଙ୍କବାଦୀ ଏଲଓସି ଅତିକ୍ରମ କରି ଭାରତ ମଧ୍ୟକୁ ପ୍ରବେଶ କରିବାସହ ଉକ୍ତୱ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିଛି ।

ମଙ୍ଗଳବାର ଦିନ ସ୍ଥାନୀୟ ଅଞ୍ଚଳରେ କିଛି ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରି ସ୍ଥାନୀୟ ଅଧିବାସୀ ମାନେ ସେନାକୁ ସୂଚନା ଦେଇଥିଲେ ।

ସେନା ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ ହେବା ପରେ ହଠାତ ଆତଙ୍କବାଦୀଙ୍କ ପକ୍ଷରୁ ଅତର୍କିତ ଗୁଳିମାଡ କରାଯାଇଥିଲା । ଏହି ଗୁଳିମାଡରେ ଭାରତୀୟ ସେନାର ଦୁଇ ଯବାନ ସହିଦ ହୋଇଛନ୍ତି ।

Leave A Reply

Your email address will not be published.