Latest Odisha News

ଜୀବନ ନେଲା ଆଶ୍ରା: ଜନ୍ମଦାତ୍ରୀକୁ ଗଳା କାଟି ହତ୍ୟା

କଟକ: ମାଆର ଜୀବନ ନେଇଗଲେ ନରହନ୍ତା ପୁଅ । ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ପୁଅ ।

ଆଜି ଏମିତି କିଛି ଅଭାବନୀୟ ଘଟଣା ଘଟିଛି କଟକ ମହାନଦୀ ବିହାରରେ । ମହାନଦୀ ବିହାର ସ୍ଥିତ ଏକ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମହିଳାଙ୍କ ମୃତ ଦେହ । ମହିଳାଙ୍କ ଦୁଇ ନୃଶଂସ ପୁଅ ତାଙ୍କ ଗଳା କାଟି ତାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ପୁଅକୁ ଗିରଫ କରିଥିବା ବେଳେ ଆଉ ଜଣେ ପୁଅ ଏଭଳି ଦୁଃସାହାସିକ କାଣ୍ଡ ଭିଆଇ ଫେରାର ଅଛି । ସେପଟେ ଚାଉଳିଆଗଞ୍ଜ ଥାନା ପୋଲିସର ଏହି ଘଟଣାରେ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଥିବା ବେଳେ ଛାନଭିନ୍‌ ଆରମ୍ଭ କରିଛି ।

Comments are closed.