Latest Odisha News

BREAKING NEWS

ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ବୁଡିଗଲେ ୨ ଛାତ୍ର

ବ୍ରହ୍ମପୁର: ଅନେକ ସମୟରେ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ପୋଖରୀ, ନଦୀ, ସମୁଦ୍ରରେ ଗୋଧୋଇବାକୁ ଯାଇ ପାଣିରେ ବୁଡି କିଏ ନିଖୋଜ ଓ କିଏ ମୃତ ହେଉଥିବା ଖବର ସାମ୍ନାକୁ ଆସୁଛି । ସେହିଭଳି ପୁଣି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ।

ସୂଚନାମୁତାବକ, ଆଜି ଗୋପାଳପୁର ସମୁଦ୍ରରେ କିଛି ଛାତ୍ର ଗାଧୋଉଥିବା ସମୟରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ର ପାଣିରେ ବୁଡିଯାଇଥିଲେ। ଖବରପାଇ ତଟ ସୁରକ୍ଷା ବାହିନୀ ଉଭୟଙ୍କୁ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଧରି ଖୋଜିବା ପରେ ଶେଷରେ ଉକ୍ତ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିଥିଲେ ବାହିନୀ। ଉଦ୍ଧାର ଛାତ୍ର ଦୁଇ ଜଣ ପାରଳାଖେମୁଣ୍ଡିର ବୋଲି ଜଣାପଡିଛି।

Comments are closed.