Latest Odisha News

ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଛାତ୍ର ମୃତ

ରାଉରକେଲା ବ୍ରାହ୍ମଣୀ ନଦୀରେ ବଡ ଅଘଟଣ । ଗାଧୋଇବା ବେଳେ ବୁଡ଼ିଗଲେ ଏନଆଇଟିର ୬ ଜଣ ଛାତ୍ର । ସେଥିମାଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ୨ ଗୁରୁତର ଛାତ୍ରଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ରାଉରକେଲାର ବେଦବ୍ୟାସ ମନ୍ଦିର ବୁଲିବାକୁ ଯାଇ ଥିବା ବେଳେ ସେଠାରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ ୬ଜଣ ଛାତ୍ରଛାତ୍ରୀ । ଗାଧୋଉଥିବା ସମୟରେ ନଦୀରେ ବୁଡିଯାଇଥିଲେ ଉକ୍ତ ସମସ୍ତ ଛାତ୍ରଛାତ୍ରୀ । ଖବରପାଇ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ୨ ଗୁରୁତର ଛାତ୍ରଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଦୁଇ ଜଣ ହେଲେ ପୁରୀ ଜିଲ୍ଲା ପିପିଲିର ସମୀର ଶିବକୁମାର ନାୟକ ଓ ଜଳେଶ୍ବରର ରଜତ ସାହୁ । ଏମାନେ ସମସ୍ତେ ରାଉରକେଲା ସହରର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜ ଏନଆଇଟିର ଛାତ୍ରଛାତ୍ରୀ ।

Comments are closed.