Latest Odisha News

BREAKING NEWS

ଡ୍ରେସିଂ କରାଇବା ବାହାନାରେ ଆସି ଡାକ୍ତରଙ୍କୁ ଗୁଳି ମାରିଲେ

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀର କାଲିନ୍ଦି କୁଞ୍ଜ ଅଞ୍ଚଳର ନୀମା ହସ୍ପିଟାଲରେ ଡାକ୍ତରଙ୍କୁ ହତ୍ୟା। ବୁଧବାର ବିଳମ୍ବିତ ରାତିରେ ଏହି ନର୍ସିଂହୋମ ଭିତରେ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ଅଭିଯୁକ୍ତ ନାବାଳକ ଥିବା ଜଣାପଡିଛି । ଅଭିଯୁକ୍ତ ରାତି ପ୍ରାୟ ୧.୪୫ମି. ସମୟରେ ଡାକ୍ତର ଜାଭେଦ ଅଖତରଙ୍କୁ ଗୁଳି କରିଥିଲେ। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଖତର ଏକ ଚେୟାର ଉପରେ ପଡ଼ିଥିବା ବେଳେ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା।
ଏନେଇ ଜେତପୁର ନୀମା ହସ୍ପିଟାଲର କର୍ମଚାରୀ କହିଛନ୍ତି ଯେ ଦୁଇ ଜଣ ପିଲା ଆସିଥିଲେ। ସେମାନଙ୍କ ବୟସ ୧୬ ବର୍ଷ ପାଖାପାଖି ହେବ। ଡ୍ରେସିଂ କରିବା ପରେ ସେମାନେ ଡାକ୍ତରଙ୍କୁ ଦେଖା କରିବେ ବୋଲି କହିଥିଲେ। ପରେ ଦୁହେଁ ଡାକ୍ତରଙ୍କ କ୍ୟାବିନରେ ପ୍ରବେଶ କରିଥିଲେ। ଯାହାପରେ ଗୁଳି ଫୁଟିବା ଶବ୍ଦ ହୋଇଥିଲା।

ତେବେ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ଦିଲ୍ଲୀ ପୋଲିସ।

Comments are closed.