Latest Odisha News

BREAKING NEWS

ବଡଗାମରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବଡଗାମ୍ ଜିଲ୍ଲାର ସୁସତୁ ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହି ଗୁଳିବିନିମୟ ବେଳେ ୪ ଯବାନ ଆହତ ହୋଇଥିବା ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ କିଛି ଆତଙ୍କବାଦୀ ବଡଗାମ୍ ଜିଲ୍ଲାର ସୁସତୁ ଅଞ୍ଚଳରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା । ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏକ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା ।

ଏହି ସର୍ଚ୍ଚ ଅପରେସନ ବେଳେ ଲୁଚି ରହିଥିବା ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା କରାଯାଇଥିଲା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି ।

ଅପରପକ୍ଷେ ଘଟଣାସ୍ଥଳରୁ ଯବାନ ମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ସେନା ପକ୍ଷରୁ ତଲାସି ଅଭିଯାନକୁ ଜାରି ରହିଥିବା ନେଇ ସୂଚନା ମିଳିଛି । ଏଥିସହିତ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରିଦିଆଯାଇଛି ।

Leave A Reply

Your email address will not be published.