ବାରମୁଳା:ଜମ୍ମୁକଶ୍ମୀରର ବାରମୁଳା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଉ ଜଣେ ଆତଙ୍କୀ ନିପାତ ହୋଇଛନ୍ତି । ଆଜି ସକାଳୁ ସୁରକ୍ଷାକର୍ମୀମାନେ ଦୁଇ ଜଣ ଆତଙ୍କୀଙ୍କୁ ମାରି ସାରିଲେଣି । ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀରର ମିଳିତ ଟିମ ଏହି ଅଞ୍ଚଳରେ ଅପରେଶନ ଚଳାଇଛି । ସୁରକ୍ଷାକର୍ମୀ ଏହି ଏନକାଉଣ୍ଟର ଶନିବାର ସକାଳୁ ଆରମ୍ଭ କରିଥିଲେ ।
ଜମ୍ମୁକାଶ୍ମୀର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ସେନା ଏବଂ ବାରମୁଳା ପୋଲିସ ଉରି, ହଥଲଙ୍ଗା ଅଞ୍ଚଳରେ ଆତଙ୍କୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲା । ସେପଟେ ଆତଙ୍କୀଙ୍କ ପକ୍ଷରୁ ମଧ୍ୟ ଗୁଳି ବିନିମୟ ଘଟିଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଦୁଇ ଆତଙ୍କୀଙ୍କୁ ଘେରି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଖସି ଯାଇଥିଲା । ସୁରକ୍ଷାକର୍ମୀ ତାଙ୍କୁ ଖୋଜୁଥିଲେ । କିଛି ସମୟ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଅନ୍ୟ ଆତଙ୍କୀର ମଧ୍ୟ ମୃତ୍ୟୁ ଘଟିଥିଲା ।
ଏପଟେ ଅନନ୍ତନାଗ ଜିଲ୍ଲାର କୋକରନାଗରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ସହ ଗୁଳିଗୁଳା ବିନିମୟ ଚାଲିଛି । ପାହାଡି ଇଲାକାରେ ଲୁଚିଥିବା ଆତଙ୍କୀଙ୍କୁ ନିପାତ କରିବା ପାଇଁ ସୁରକ୍ଷାକର୍ମୀ ଡ୍ରୋନ ଏବଂ ହେଲିକପ୍ଟରର ସାହାଯ୍ୟ ନେଇଛନ୍ତି । କାଶ୍ମୀର ଏଡିଜିପିଙ୍କ କହିବା ଅନୁଯାୟୀ, ଏଠାରେ ମଧ୍ୟ ୨ରୁ ୩ ଆତଙ୍କୀ ଫସି ରହିଛନ୍ତି । ସମସ୍ତଙ୍କୁ ନିପାତ କରାଯିବ ବୋଲି ସେ କହିଛନ୍ତି । ଅପରେସନ ସମୟରେ ଆତଙ୍କୀ ଲୁଚି ରହୁଥିବା ସ୍ଥାନ ଉପରେ ବୋମା ପକାଇ ଧ୍ୱଂସ କରି ଦିଆଯାଇଛି ।
ଅନନ୍ତନାଗରେ ସେନାର ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁସାରେ ଏଠାରେ ଲସ୍କର କମାଣ୍ଡର ଉଜୈର ଖାନ ଏବଂ ଅନ୍ୟ ଜଣେ ଆତଙ୍କୀ ଲୁଚି ରହିଛିନ୍ତି । ଏମାନଙ୍କୁ ମାରିବା ପାଇଁ ୨ ସେନା ଅଫିସର ସହ ଜମ୍ମୁକାଶ୍ମୀର ପୁଲିସର ଡିଏସପି ସହିଦ ହୋଇଥିଲେ ।
Comments are closed.