କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମାଙ୍କଡ଼ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜିଲ୍ଲାର ଘସିପୁରା ଥାନା ଅନ୍ତର୍ଗତ ସଲାପଦା ଗ୍ରାମର ଉପେନ୍ଦ୍ର ଜେନା ଓ ସୁରଭି ଦଳେଇଙ୍କୁ ମଙ୍ଗଳବାର ଦିନ ମାଙ୍କଡ଼ କାମୁଡ଼ି ଦେଇଥିଲା। ଏହି ଘଟଣା ପରେ ଉଭୟଙ୍କୁ ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, 8 ଦିନ ତଳେ ଉପେନ୍ଦ୍ର ଅସୁସ୍ଥ ହୋଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଦିନକ ପରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଗାଁକୁ ଫେରିଥିଲେ କିନ୍ତୁ ତାଙ୍କୁ ମାଙ୍କଡ଼ମାନେ ଆକ୍ରମଣ କରିଥିଲେ ଏବଂ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସେହିପରି ଗାଁର ଅନ୍ୟ ଜଣେ ମହିଳା ମଧ୍ୟ ମାଙ୍କଡ଼ ଆକ୍ରମଣରେ ଆହତ ହୋଇଛନ୍ତି। ଏହି ଅଞ୍ଚଳରେ ମାଙ୍କଡ଼ଙ୍କ ଉପଦ୍ରବ ବୃଦ୍ଧି ପାଉଥିବାରୁ ବନ ବିଭାଗ ପକ୍ଷରୁ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
Comments are closed.