ଅନୁଗୁଳ: ଜେଲ୍ରେ ରହିଛନ୍ତି ବହୁ ମୋଷ୍ଟ ୱାଣ୍ଟେଡ ଅପରାଧୀ। ଘଟାଇ ସାରିଛନ୍ତି ବହୁ ବଡ଼ ବଡ଼ ଅପରାଧ । ହେଲେ ସେମାନଙ୍କୁ ଜଗିବାକୁ ନିୟୋଜିତ ହୋଇଥିବା ୨ ଜେଲ୍ କର୍ମଚାରୀ ଚେଇଁବା ବଦଳରେ ଅଚିନ୍ତା ନିଦରେ ଶୋଇ ପଡ଼ିଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କାରାଗାରରେ ଜେଲ ୱାର୍ଡର ଶୋଇବାର ଫଟୋ ଭାଇରାଲ ହେଉଛି । ଯାହା ଜେଲ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।
ଭାଇରଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ଜେଲରେ କଏଦୀମାନଙ୍କୁ ସୁରକ୍ଷା ଦେବାକୁ ନିୟୋଜିତ ଥିବା ୨ ଜଣ ୱାର୍ଡର ଡ୍ୟୁଟି ସମୟରେ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି। ଜଣେ ଚେୟାର ଉପରେ ଶୋଇ ପଡ଼ିଥିବା ବେଳେ ଆଉ ଜଣେ ତଳେ ଲୋଟି ପଡ଼ିଛନ୍ତି। ଏହି ୱାର୍ଡର ଦ୍ୱୟ ହେଲେ ସୁନୀଲ ମଲ୍ଲିକ ଓ ତ୍ରିଲୋଚନ ଭୋଇ। ଏହି ୨ କର୍ମଚାରୀ ଶୋଇ ରହିଥିବା ବେଳେ ଜେଲ୍ରେ ଥିବା କଏଦୀଙ୍କୁ କିଏ ଜଗିଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜେଲ ଭିତରେ ମୋବାଇଲ ମନା ଥିବାରୁ ଜେଲ ଭିତରୁ କେମିତି ଏ ଫଟୋ ଆସିଲା ତାକୁ ନେଇ ମଧ୍ୟ ନାନା ଚର୍ଚ୍ଚା । ଏହି ଜେଲରେ ମୋଟ ୧୨୫ ଜଣ କଏଦୀ ରହିଛନ୍ତି । ଜଗିବା ପାଇଁ ମୋଟ୍ ୨ ଜଣ ୱାର୍ଡର ରହିଛନ୍ତି । ତେବେ ଏହା କେଉଁ ଦିନର ଫଟୋ ତାହା ସ୍ପଷ୍ଟ ହୋଇ ପାରି ନାହିଁ।
ଏହି ଫଟୋ ଏବେ ମୋବାଇଲରୁ ମୋବାଇଲ ଘୁରି ଭାଇରଲ ହେବାରେ ଲାଗିଛି । କଡ଼ା ସୁରକ୍ଷା ମଧ୍ୟରେ ଥିବା ଜେଲ୍ ଭିତରେ ସୁରକ୍ଷା କର୍ମୀ ଶୋଇବା, ଜେଲ୍ ଭିତରକୁ ମୋବାଇଲ ଯିବା, ଫଟୋ ଭାଇରାଲ ହେବା ପରି ଘଟଣା କିପରି ଘଟିଲା ତାହା ଉପରେ କେହି ମୁହଁ ଖୋଲୁ ନାହାନ୍ତି। ସେପଟେ ଉଭୟ ୱାର୍ଡରଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସସ୍ପେଣ୍ଡ କରାଯାଇଥିବା ଜେଲ୍ର ଦିଲ୍ଲୀପ ବେହେରା ସୂଚନା ଦେଇଛନ୍ତି।
BREAKING NEWS
- ମସଜିଦରେ ଚୁମ୍ବନ ଦେଲେ ମୃତ୍ୟୁଦଣ୍ଡ! ସାଉଦି ଆରବରେ ବାଂଲାଦେଶୀ ଦମ୍ପତିଙ୍କୁ ମୃତ୍ୟୁଦଣ୍ଡ ଘଟଣାରେ ଢାକାରେ ଉତ୍ତେଜନା
- ଧମାକାଦାର ପ୍ରଦର୍ଶନ ପରେ ଭାବୁକ ହେଲେ ହରମନପ୍ରୀତ, ଲୁହ ଝରିଲା ଆଖିରୁ
- ଏଲଏନଜି ସଙ୍କଟ ଜାରି, ବିଷାକ୍ତ ହେବ ପାକିସ୍ତାନ ବାୟୁ
- Bhakta Das on Kotia Issue: “କେନ୍ଦ୍ରରେ ସରକାର ବଞ୍ଚାଇବାକୁ ଓଡ଼ିଶାର ସ୍ୱାର୍ଥ ସହ ସାଲିସ୍ କରୁଛି ବିଜେପି”, କୋଟିଆ ପ୍ରସଙ୍ଗରେ ବର୍ଷିଲେ ଭକ୍ତ…
- Governor Celebrates Vijayadashami: ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ଦଶହରା ପାଳିଲେ ନୂଆ ରାଜ୍ୟପାଳ, କୁନି ପିଲାଙ୍କ ସହ ବାଣ୍ଟିଲେ ଖୁସି…
- ରାବଣ ନାମରେ ୩୪ଟି ଗାଁ ! ରାଜସ୍ଥାନ ଆଗରେ
- Naveen Backs CJP Leaders: କକ୍ରୋଚ୍ ଜନତା ପାର୍ଟି ସମର୍ଥନରେ ବାହାରିଲେ ନବୀନ ପଟ୍ଟନାୟକ! ଆଶୁତୋଷ ଓ ସୌରଭଙ୍କୁ ତୁରନ୍ତ ମୁକ୍ତ କରିବାକୁ କଲେ ଦାବି
- ଚାଷୀଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମର ‘ବେଦାମୃତ’; ମହୁମାଛି ପାଳନ…
- କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ଗୁଜବକୁ ଖଣ୍ଡନ କଲା ଉତ୍ତର କୋରିଆ
- ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର

Comments are closed.