Latest Odisha News

BREAKING NEWS

ପାଚେରୀ କାନ୍ଥ ଭୁଶୁଡ଼ି ୨ ମୃତ, ୪ ଗୁରୁତର

ଭୁବନେଶ୍ୱର: ମଙ୍ଗଳବାର ଦିନ ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ସମୟରେ ଏକ ପାଚେରୀ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଅପରାହ୍ନରେ ରାଜଧାନୀ ସହରର ବଡ଼ଗଡ଼ ଅଞ୍ଚଳର ୱାର୍ଡ ନମ୍ବର-୪୪ ଅନ୍ତର୍ଗତ ଭୋଇ ସାହି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ୬ ଜଣ ଶ୍ରମିକ ଡ୍ରେନେଜ୍ କାମରେ ନିୟୋଜିତ ଥିବା ବେଳେ ହଠାତ୍ ଏକ ଘରର ପାଚେରୀ କାନ୍ଥ ଭୁଶୁଡ଼ି ପଡ଼ିବାରୁ ସେମାନେ ତଳେ ଫସି ରହିଯାଇଥିଲେ। ପରେ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।

ଏହି ଦୁର୍ଘଟଣାରେ ଅନ୍ୟ ଚାରି ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ପରିବାର ସଦସ୍ୟ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।

ଅପରପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତକ ଏବଂ ଆହତଙ୍କ ପରିଚୟ ପ୍ରକାଶ କରିନାହାଁନ୍ତି ଏବଂ ଅଧିକ ବିବରଣୀ ଅପେକ୍ଷା କରାଯାଇଛି।

 

Leave A Reply

Your email address will not be published.