Latest Odisha News

BREAKING NEWS

ପୁଲଓ୍ବାମା ଆକ୍ରମଣକୁ ପୂରିଲା ୨ ବର୍ଷ; ଏହି ଦିନରେ ଭାରତ ହରାଇଥିଲା ୪୦ ଯବାନ

ନୂଆଦିଲ୍ଲୀ: ସାରା ଭାରତୀୟ ବାସୀ ଆଜିର ଦିନକୁ କେବେବି ଭୁଲିପାରିବେନି। ୨୦୧୮ ମସିହା ଫେବୃଆରୀ ୧୪ ତାରିଖ ଦିନ ପୁଲୱାମା ବିସ୍ଫୋରଣରେ ସିଆରପିଏଫର ୪୦ ଜଣ ଯବାନ ସହୀଦ ହୋଇଥିଲେ। ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା।

ଏହି ଆକ୍ରମଣ ଘଟଣାକୁ ୨ ବର୍ଷ ପୂରିଥିବା ବେଳେ ଭାରତୀୟ ସେନା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଚିନାର କର୍ପସର ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓ ଶେୟାର କରାଯାଇଛି। ଯାହାକୁ ଦେଖିଲେ ଲୋମଟାଙ୍କୁରି ଉଠିବ।

 

ଏହି ଭିଡିଓରେ ସେହି ଆତ୍ମଘାତୀ ବିସ୍ଫୋରଣର ପୁରା ଘଟଣା ବର୍ଣ୍ଣନା କରାଯାଇଛି। ଭିଡିଓ ଆରମ୍ଭରେ ସିଆରପିଏଫ ବାଟାଲିୟନର ବସକୁ ଟାର୍ଗେଟ କରିଥିବା ଆତ୍ମଘାତୀ ଆତଙ୍କବାଦୀ ମାତ୍ର ୨୦ ବର୍ଷର ଆଦିଲ ଅହମ୍ମଦ ଦାର ଥିଲେ ବୋଲି ଦର୍ଶାଯାଇଛି।

ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା। କାଗଜପତ୍ର ଏବଂ ଅନ୍ୟାନ୍ୟ ଜିନିଷରୁ ହିଁ ଚିହ୍ନଟ କରିବା ସମ୍ଭବ ହୋଇଥିଲା । କିଛି ସହିଦଙ୍କର ସାଥୀ ସହକର୍ମୀଙ୍କ ହାତ ଘଣ୍ଟା ଏବଂ ୱାଲେଟରୁ ତାଙ୍କର ଚିହ୍ନଟ କରିଥିଲେ । ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା ।

Leave A Reply

Your email address will not be published.