Latest Odisha News

BREAKING NEWS

ଏମିତି ବି ଆସିପାରେ ମୃତ୍ୟୁ; ସ୍କୁଟିରେ ଯାଉଥିବା ବେଳେ ପଡିଲା ନଡିଆ ଗଛ

ନିମାପଡା: ବେଳେ ବେଳେ ମୃତ୍ୟୁ ଏମିତି ବି ଆସେ ନଦେଖିଲେ ବିଶ୍ବାସ କରିହେବ ନାହିଁ । ୨ ମିନିଟ୍ ତଳେ ଦେଖା ହୋଇଥିବା ବ୍ୟକ୍ତିଟି ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯାଏ । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ସଗଡ଼ା ଅନ୍ତର୍ଗତ ଚିତ୍ରା ନିକଟରେ । ବନ୍ଧୁ ଘରକୁ ଯାଇ ହସ ଖୁସିରେ ଫେରୁଥିଲେ ହେଲେ ତାଙ୍କୁ କ’ଣ ଜଣାଥିଲା ଯେ ବାଟରେ ଜଗିବସିଥିବ ଯମ। ସାଙ୍ଗ ଘରୁ ଫେରୁଥିବା ବେଳେ ଚାଲିଗଲା ୨ ଜୀବନ ।

ସୂଚନା ଅନୁଯାୟୀ, ଗୋଟିଏ ସ୍କୁଟିରେ ୩ ସାଙ୍ଗ ମିଥୁନ ପ୍ରଧାନ, ତୁଷାରରଞ୍ଜନ ବିଶ୍ବାଳ ଓ ବିଶ୍ୱରଞ୍ଜନ ଆଚାର୍ଯ୍ୟ କାନପୁରରେ ଅନ୍ୟ ଜଣେ ବନ୍ଧୁଙ୍କ ଘରକୁ ଯାଇ ଫେରୁଥିଲେ । ସ୍କୁଟିରେ ଆସୁଥିବା ସମୟରେ ସଗଡ଼ା ଅନ୍ତର୍ଗତ ଚିତ୍ରା ନିକଟରେ ସେମାନଙ୍କଉପରେ ଏକ ନଡ଼ିଆ ଗଛ ପଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଆଉଜଣେ ସାଙ୍ଗ ଗୁରୁତର। ଦୁଇ ମୃତକ ନିମାପଡ଼ା  ବ୍ଲକ୍ ଅନ୍ତର୍ଗତ ରଟିଲୋ ଗାଁର ଯୁବକ ବୋଲି ଜଣାପଡିଛି । ଦୁଇ  ମୃତକ ହେଲେ  ମିଥୁନ ପ୍ରଧାନ(୨୫) ଓ ତୁଷାରରଞ୍ଜନ ବିଶ୍ବାଳ(୨୫)। ତେବେ ଅଳ୍ପକେ ବିଶ୍ୱରଞ୍ଜନ ଆଚାର୍ଯ୍ୟ ବଞ୍ଚିଯାଇଥିଲେ ମଧ୍ୟ ତାଙ୍ଗ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ୬ ନମ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.