କଟକ : କଟକ ପ୍ରତାପନଗରୀ କୁଆଖାଇ ଘାଟରେ ପୋଲ ତଳେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। କୁଆଖାଇ ନଦୀରେ ବୁଡ଼ି ଆଜି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ନିଖୋଜ ଦୁଇ ଯୁବକଙ୍କର ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ମୁତାବକ, ପାଞ୍ଚ ଜଣ ସାଙ୍ଗ ଏକାଠି ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଭାସି ଯାଇଥିଲେ। ନିକଟରେ ଦୁଇଟି ବାଇକ୍ ମଧ୍ୟ ଥୁଆ ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ସଦର ଥାନା ପୁଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି ।
Comments are closed.