Latest Odisha News

BREAKING NEWS

ପାଣିରେ ବୁଡି ୨ ଯୁବକଙ୍କ ସଲିଳ ସମାଧି

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚିତ୍ରପୋଳା ନଦୀରେ ବୁଡି ଶୁକ୍ରବାର ଦିନ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତକ ଦ୍ୱୟ ହେଲେ ସରିଫ ଖାଁ ଓ ବସନ୍ ଖାଁ । ଦୁହେଁ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲେ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଦୁହେଁ ଘର ନିକଟରେ ଥିବା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା । ପରେ ସେମାନଙ୍କୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ପରିବାର ବର୍ଗ ସେମାନଙ୍କ କୌଣସି ପତ୍ତା ପାଇପାରିନଥିଲେ ।

ଅପରପକ୍ଷରେ ଏନେଇ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ପରେ ଖବର ପାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.